ଭୁବନେଶ୍ବର: ଆଜି ସହିଦ ସ୍ପୋର୍ଟିଙ୍ଗ୍ ପଡିଆ ସହିଦନଗର ଭୁବନେଶ୍ବର ଠାରେ ସାଇ ପ୍ରିମିୟର ଲିଗ ପକ୍ଷରୁ ଟେନିସ ବଲ କ୍ରିକେଟ ଅନୁଷ୍ଠତି ହୋଇଯାଇଛି। ପ୍ରଥମେ "ଉଇ ଫର ଭୁବନେଶ୍ବର" ପକ୍ଷରୁ ସାଇ ପ୍ରିମିୟର ଲିଗ ର କର୍ମକର୍ତ୍ତା ଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା। ପରେ ଟେନିସ କ୍ରିକେଟ ମ୍ଯାଚ ଆରମ୍ଭ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ଉମାନାଥ ମିଶ୍ର, ରୁଦ୍ରନାରାୟଣ ସାମନ୍ତରାୟ, ନାରାୟଣ ମହାପାତ୍ର, ଜାଗା ମିଶନର ଉପଦେଷ୍ଟା ଶ୍ରୀମତୀ ସାସ୍ୱତୀ ମିଶ୍ର, ନରେନ ସାହୁ, ଶିବ ସୁଆର, ନିକୁଞ୍ଜ ମହାନ୍ତି, ରାମ ପ୍ରଧାନ, ମାନସ ମହାନ୍ତି, କୁମର ମହାନ୍ତି, ସୁନୀଲ ତାଡ ଓ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଆଜିର କ୍ରିକେଟ ମ୍ଯାଚରେ ବିପିନ ଓ ତାଙ୍କର ଦଳ ଚମ୍ପିଆନ ହୋଇଥିଲେ।
powered by social2s