ଖଲ୍ଲିକୋଟ:04/02(ଦେବାଶିଷ ମହାରଣା): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିକ୍ରମପୁର ପଞ୍ଚାୟତ ରେ ଆୟୋଜିତ ହୋଇଯାଇଛି ମା'ଚଣ୍ଡୀଦେବି ଭଲିବଲ ଟୁର୍ନାମେଣ୍ଟ | ଗୁରୁବାର ଥିଲା ଏହି ଟୁର୍ନାମେଣ୍ଟର ଚତୁର୍ଥ ଦିବସ | ଫେବୃଆରୀ ଏକ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ରେ ବିଜେପି ନେତା ଅନିଲ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ | ବିକ୍ରମପୁର ସରପଞ୍ଚ ଧନୁରାମ ପ୍ରଧାନ ଓ ମ୍ୟାନେଜେର ଗୋବର୍ଦ୍ଧନ ପ୍ରଧାନ ଙ୍କ ସଂଯୋଜନା ରେ ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ଆଖ ପାଖ ଅଞ୍ଚଳରୁ 16 ଟି ଟିମ ଭାଗ ନେବାର କାର୍ଯ୍ୟକ୍ରମ ରହିଛି | ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଘରୋଇ ଦଳ ବିକ୍ରମପୁର ଓ ଅଙ୍ଗାରଗାଁ ମଧ୍ୟରେ କଡା ମୁକାବିଲା ହୋଇଥିଲା l
ଏଥିରେ ବିକ୍ରମପୁର ଦଳ ଦୁଇଟି ସେଟ ଜିତିଥିଲା |ଖେଳ କମିଟିର ସୂଚନା ପ୍ରକାରେ ଆସନ୍ତା ନଅ ତାରିଖ ଦିନ ଏହି ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ | ଗୁରୁବାର ଅନୁଷ୍ଠିତ ମ୍ୟାଚରେ ରେଫେରୀ ଭାବେ ହରିହର ମିଶ୍ର, ଉପେନ୍ଦ୍ର ପରିଡା, ପ୍ରଭାତ କୁମାର ଦାସ ପରିଚାଳନା କରିଥିବା ବେଳେ,ଲକ୍ଷ୍ମଣ ମହାନ୍ତି ଭାଷ୍ୟକାର,ରବୀନ୍ଦ୍ର କୁମାର ସାହୁ ସ୍କୋରର ଭାବେ ଦାୟିତ୍ୱ ତୁଲାଇଥିଲେ | ଏହି ଟୁର୍ନାମେଣ୍ଟରେ ବିକ୍ରମପୁର ମା ଚଣ୍ଡୀଦେବି ଭଲିବଲ ଟୁର୍ନାମେଣ୍ଟର ସମସ୍ତ ସଦସ୍ୟ ସହଯୋଗ କରିଥିଲେ |
ମା ଚଣ୍ଡୀଦେବି ଭଲିବଲ ଟୁର୍ନାମେଣ୍ଟର ଚତୁର୍ଥ ଦିବସ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

