ଭୁବନେଶ୍ୱର: ପ୍ରାଣୀଉଦ୍ୟାନ ନନ୍ଦନକାନନର ବଟାନିକାଲ ଗାର୍ଡେନ(ଉଦ୍ଭିଦ ଉଦ୍ୟାନ) ରେ ନିଆଁ ଲାଗିଥିବା ଜଣା ପଡିଛି।
ଉଦ୍ୟାନର ପ୍ରାୟ ଦୁଇ ଏକର ଅଞ୍ଚଳରେ ନିଆଁ ଜଳୁଥିବା ଦେଖାଯାଇଛି।ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ପହଁଛି ନିଆଁକୁ ଆୟତ କୁ ଆଣିବାକୁ ଉଦ୍ୟମ ଜାରି ରଖିଛି। ଅଗ୍ନିକାଣ୍ଡ ର ସ୍ପଷ୍ଟ କାରଣ ଜଣାପଡିନଥିଲେ ମଧ୍ୟ ଉଦ୍ୟାନ ମଧ୍ୟରେ ଥିବା ଭୋଜି ପିଣ୍ଡିରୁ ନିଆଁ ବ୍ୟାପିଥିବା ଅନୁମାନ କରାଯାଉଛି।ଏହି ଅଗ୍ନିକାଣ୍ଡରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପରେ କୌଣସି ପ୍ରଭାବ ପଡିନଥିବା ସୂଚନା ମିଳିଛି।ରିପୋର୍ଟ ଲେଖା ହେବା ବେଳକୁ ନିଆଁ କୁ ବହୁମାତ୍ରାରେ ଆୟତ କୁ ଅଣାଯାଇସାରିଥିବା ଜଣାପଡ଼ିଛି।
powered by social2s

