କଂଗ୍ରେସର ବନ୍ଦ ଡାକରା: ସମର୍ଥନ ଜଣାଇଲା ଘରୋଇ ବସ୍ ମାଲିକ ସଂଘ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଇନ୍ଧନ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରାକୁ ସମର୍ଥନ ଜଣାଇଥିଲା ଘରୋଇ ବସ୍ ମାଲିକ ସଂଘ। 

ସକାଳ ୭ ଟାରୁ ଦିନ ୧ଟା ଯାଏ ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ। 

ତେବେ ଓଡିଶା ବ୍ୟବସାୟୀ ମହାସଂଘ ବନ୍ଦ ଡାକରାକୁ ସମର୍ଥନ କିମ୍ବା ବିରୋଧ କରିନାହାନ୍ତି। 

ଏହି ସୂଚନା ଦେଇଛନ୍ତି ବ୍ୟବସାୟ ମହାସଂଘ ସଚିବ ସୁଧାକର ପଣ୍ଡା। 

ବନ୍ଦ ନେଇ କୌଣସି ଦଳ ବା ସଂଗଠନ ଅନୁରୋଧ କରିନାହାନ୍ତି। 

ଦୋକାନ ଖୋଲିବା ବା ବନ୍ଦ କରିବା ନିସ୍ପତ୍ତି ନିଜେ ଦୋକାନୀ ନେଇପାରିବେ ବୋଲି ସେ କହିଛନ୍ତି। 

ତେବେ ଆସନ୍ତା କାଲି ରାଜ୍ୟର ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

powered by social2s