ଆଜି ମଧ୍ୟରାତ୍ର ରୁ ଫାସଟ୍ୟାଗ ବାଧ୍ୟତାମୂଳକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଦେଶର ଜାତୀୟ ରାଜପଥ ଗୁଡିକରେ ଥିବା ଟୋଲ ପ୍ଲାଜା ଗୁଡିକର ସବୁ ଲେନ ଗୁଡିକୁ ଆଜି ମଧ୍ୟ ରାତ୍ରରୁ ଫାସଟ୍ୟାଗ ଲେନ ଭାବେ ଘୋଷଣା କରାଯାଇଛି।

 

ଯାତାୟାତ ସମୟରେ ଅପେକ୍ଷା ସମୟ ହ୍ରାସ, ଇନ୍ଧନ ସଞ୍ଚୟ,ଓ ପ୍ଲାଜା ଗୁଡିକରେ ଭିଡ଼ କମାଇବା ଉଦେଶ୍ୟରେ ଏହି ବ୍ୟବସ୍ତା କରା ଯାଇଥିବା ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆ ଯାଇଛି।ଡିଜିଟାଲ ମାଧ୍ୟମରେ ଗାଡି ଚାଳକ ମାନେ ଏହି ଦେୟ ପୈଠ କରିବେ।ଜାତୀୟ ରାଜପଥ ଦେୟ ନିୟମ-୨୦୦୮ ଅନୁଯାୟୀ  ଫାସଟ୍ୟାଗ ନଥିବା ଯାନ ଗୁଡିକରୁ ନିର୍ଦ୍ଧାରିତ ଦେୟର ଦୁଇଗୁଣା ଆଦାୟ କରାଯିବ।

 

ଚଳିତ ବର୍ଷ ଜାନୁୟାରୀ ମାସରୁ ଯାନବାହନ ଗୁଡିକରେ ଫାସଟ୍ୟାଗ ଲଗାଇବା ବାଧ୍ୟତାମୂଳକ କରାଯାଇଛି।

 

 

powered by social2s