ଭୁବନେଶ୍ୱର: ଓଡିଶା କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ (ସକାଳ ୭ଟାରୁ ୧ଟା) ବନ୍ଦ ଡାକରା ଦିଆଯାଇଛି।
ବନ୍ଦଯୋଗୁ ଭୁବନେଶ୍ୱର ଭିତରେ ଏନ୍ ଏଚ୍ ରେ ଅଟକି ରହିଛି ଶହଶହ ଗାଡି।
ସେପଟେ ଭୁବନେଶ୍ୱର ଷ୍ଟେସନ ଓ ବାଣୀବିହାର ଷ୍ଟେସନରେ ରେଳରୋକ କରାଯାଇଛି।
ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ ତୈଳ ଦର ଓ ଏଲ୍ପିଜି ଦର ବୃଦ୍ଧି ପ୍ରତିବାଦରେ ଆଜି ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଉଛି।
କେନ୍ଦ୍ର ସରକାର ତୁରନ୍ତ ତୈଳ ଓ ଗ୍ୟାସ ଦର କମାଇବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।
କଟକରେ ମଧ୍ୟ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି। ବାଦାମବାଡ଼ି ବସ୍ ଷ୍ଟାଣ୍ଡ, ମଧୁପାଟଣା ଛକ ଓ ଲିଙ୍କ ରୋଡ଼ରେ କର୍ମୀ ଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ସେହିପରି ଦଳୀୟ ନେତା ଓ କର୍ମୀ ମାନେ ଢେ଼ଙ୍କାନାଳ ଷ୍ଟେସନରେ ରେଳରୋକ ସହିତ ଭା-ପୁର ରୋଡ଼ ଓ ସଂକରପୁର ଅଞ୍ଚଳରେ ପିକେଟିଂ କରିଛନ୍ତି କଂଗ୍ରେସ କର୍ମୀ।
ବରଗଡ଼ ଜିଲ୍ଲା ଗାନ୍ଧୀ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ।
କଂଗ୍ରେସର ଓଡିଶା ବନ୍ଦ ଡାକରା; ରାଜ୍ୟସାରା ଗାଡ଼ି ଚଳାଚଳ ପ୍ରଭାବିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

