ସଡକ ଦୁର୍ଘଟଣାରେ ଦୁଇ ଭଉଣୀ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଢେ଼ଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବାଜି ଚୋକ ଫ୍ଲାଏଓଭର ବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

ଏଥିରେ ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। 

ପିଲାମାନେ ଖେଳୁଥିବା ବେଳେ ରଙ୍ଗ ରୁଟରେ ଏକ ଭ୍ୟାନ ଆସି ସେମାନଙ୍କ ଉପରେ ମାଡିଯାଇଥିଲା। 

ଫଳରେ ଘଟଣା ସ୍ଥଳରେ ଦୁଇ ନାବାଳିକା ଭଉଣୀ (ବୟସ ଯଥାକ୍ରମେ ୫ ଓ ୭)ଙ୍କ ମୃତ୍ୟୁ ଘଟିଛି। 

ଅନ୍ୟଜଣେ ଗୁରୁତର ଆହତ ନାବାଳିକାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ତେବେ ଘଟଣା ସ୍ଥଳରୁ ଭ୍ୟାନ ଛାଡି ଡ୍ରାଇଭର ଫେରାର ହୋଇଯାଇଛି।

 

powered by social2s