![]()
ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଓଡିଆ ବନ୍ଦ ପାଳନ ବେଳେ ବିନା ହେଲମେଟରେ ବାଇକ୍ ରାଲି କରିଥିବା କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି ଉମାସଂକର ଦାସ କହିଛନ୍ତି।
ଡିସିପି କହିଛନ୍ତି ଯେ ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ହୋଇଛି।
ଭୁବନେଶ୍ୱରରେ ପ୍ରାୟ ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ ଅଛନ୍ତି।
ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସାରା ରାଜ୍ୟରେ ବନ୍ଦ ର ପ୍ରଭାବ ଅନୁଭବ ହୋଇଛି ବୋଲି କହିଛନ୍ତି।
ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ବାଧୁଛି।
ତେଣୁ ଦର ହ୍ରାସ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ଦାବି କରନ୍ତୁ ବୋଲି ସେ କହିଛନ୍ତି।
ତେବେ ରାଜ୍ୟ ସରକାର ତୈଳ ଦର ବାବଦରେ ୧୦ ଟଙ୍କା ଛାଡ଼ କରନ୍ତୁ ବୋଲି ସେ କହିଛନ୍ତି।
powered by social2s

