ଭୁବନେଶ୍ୱର: ଆଜି ମା ସରସ୍ଵତୀଙ୍କ ପୂଜା।ଏବର୍ଷ କୋଭିଡ ପାଇଁ ସ୍କୁଲ ଓ କଲେଜରେ ହେଉନି ସରସ୍ୱତୀ ପୂଜା।ଘରେ ରହି ମା ଙ୍କ ଆବାହନ କରୁଛନ୍ତି ଛାତ୍ରଛାତ୍ରୀ।ଆଜି ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ବିଦ୍ୟାଦାତ୍ରୀ ମା ସରସ୍ବତୀ।ପୁରୀରେ ରଥଯାତ୍ରା ପାଇଁ ଅନୁଷ୍ଠିତ ହେଉଛି ପ୍ରସ୍ତୁତିର ପର୍ବ।ରଥଖଳା ରେ ଆଜି ସନ୍ଧ୍ୟାରେ ୩ ଟି ଧାରୁଆ କାଠର ପୂଜାର୍ଚ୍ଚନା କରାଯିବ।ତିନି ରଥର ନିର୍ମାଣ ପାଇଁ ବ୍ୟବହାର ହେବ ୮୬୫ ଖଣ୍ଡ କାଠ।ଗତବର୍ଷ ବଳକା ଥିବା ୬୯ ଟି କାଠକୁ ଛାଡ଼ି ଏ ବର୍ଷ ଆସିବ ୭୯୬ ଖଣ୍ଡ।Attachments area
powered by social2s

