ଭୁବନେଶ୍ୱର: ତା ୧୬.୨.୨୧: ସାଇ ସ୍କୁଲ, ଡୁମଡୁମା, ଭୁବନେଶ୍ୱରରେ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଓ ଗ୍ଲୋରିୟସ ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା।
ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ରକ୍ତ ପରୀକ୍ଷା, କମ୍ପ୍ୟୁଟର ରେ ଆଖି ପରୀକ୍ଷା, ଦାନ୍ତର ସୁରକ୍ଷା, କାନ ଶୁଣିବା ପରୀକ୍ଷା, କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ ଏ ସ ଜି ଆଖି, ଡ୍ ମୋହନ ଡାଇବେଟିସ, ଅଡିଓଲୋଜିଷ୍ଟ, ମାଗଣା ହୋମିଓପାଥି ଔଷଧ ବଣ୍ଟା ଯିବା ସହ ଡାକ୍ତର ପରାମର୍ଶ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଲଲିତ ମୋହନ ପଣ୍ଡା, ନାରାୟଣ ମହାପାତ୍ର, ହେମନ୍ତ ମଲିଆ, ସୁମିତ୍ରାଆଚାର୍ଯ୍ୟ ଓ ତାଙ୍କ ସହକର୍ମୀ ଶ୍ରୀନିବାସ ରାଓ, ରାହୁଲ ପଲେଇ, ମନୋରଞ୍ଜନ ଜେନା, ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
powered by social2s

