କରୋନା ସଂକ୍ରମଣ ବୃଦ୍ଧି ନେଇ ସତର୍କ କରାଇଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ବର: ଓଡିଶାରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସତର୍କ କରାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। 

ଏଥିପାଇଁ ରାଜ୍ୟରେ କରୋନା କଟକଣା କଡାକଡି କରାଯିବ। 

ସତର୍କ ନହେଲେ କରୋନା ବଢିବ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। 

ସେ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି କୋଭିଡ଼ ଗାଇଡଲାଇନ ଅନୁସାରେ ଟେଷ୍ଟିଙ୍ଗ ପର୍ଯ୍ୟାପ୍ତ ପରିମାଣରେ କରିବାକୁ କହିଛନ୍ତି। 

ଜନଗହଳି ପୂର୍ଣ୍ଣ ସ୍ଥାନରେ କଟକଣା ବଢାଇବା ପାଇଁ ଚିଠିରେ ସେ ଉଲ୍ଲେଖ କରିଛନ୍ତି। 

ସୂଚନାଯୋଗ୍ୟ ମହାରାଷ୍ଟ୍ର ଓ ଅନ୍ୟ କେତେକ ରାଜ୍ୟ ମାନଙ୍କରେ ସଂକ୍ରମଣ ବଢିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

 

powered by social2s