ଭୁବନେଶ୍ୱର: ଆଜି ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା କେୟାର ହସ୍ପିଟାଲ ରୋଡରେ ଜଣେ ମହିଳାଙ୍କୁ ଆକ୍ରମଣ କରି ତାଙ୍କ ସୁନା ଚେନ ଲୂଟିନେଲେ ଦୁର୍ବୁତ୍ତ।
ମହିଳା ଜଣକ ତାଙ୍କ ଘର ନିକଟରେ ଫୁଲ ତଳୁଥିବା ବେଳେ ଏକ ପଲସର ବାଇକ ରେ ତିନି ଜଣ ଯୁବକ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ମହିଳା ତଳେ ପଡି ଯିବାରୁ ସେମାନେ ତାଙ୍କ ବେକରୁ ସୁନା ଚେନ ଟି ଝାମ୍ପିନେଇଥିଲେ। ମହିଳାଙ୍କ ଚିତ୍କାର ଶୁଣି ତାଙ୍କ ସ୍ୱାମୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ବୁତ୍ତ ମାନେ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ଆକ୍ରମଣ କରି ଫେରାର ହୋଇଯାଇଥିଲେ।
powered by social2s

