ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଡେପୁଟି ଏସ୍ ଆର୍ ସି ପ୍ରଭାତ ମହାପାତ୍ର।
ପ୍ରବଳ ଖରା ନେଇ ସତର୍କ ରହିବାକୁ ମହାପାତ୍ର ପରାମର୍ଶ ଦେଇଛନ୍ତି।
ଜଳ ସଂକଟ ଦୂର କରିବା ପାଇଁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।
ସ୍କୁଲ ଖୋଲା ରହିଲେ ଜଳ ଯୋଗାଣ ଉପରେ ଗୁରୁତ ଦିଆଯିବ।
ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ରହିବ ଗୋଟିଏ ପିରିୟଡ଼।
ତେବେ ଟାଣ ଖରାକୁ ଦୃଷ୍ଟିରେ ରଖି ଶ୍ରମିକଙ୍କ ପାଇଁ ଶ୍ରମ ବିଭାଗ ନେବ ଉପଯୁକ୍ତ ପଦକ୍ଷେପ ବୋଲି ସେ କହିଛନ୍ତି।
ରାଜ୍ୟରେ ୧୯୯୮ ମସିହାରେ ହିଟ୍ୱେବ ଫଳରେ ୨୦୪୨ ଜଣଙ୍କ ମୃତ୍ୟୁ ହୋଇଥିଲା।
ତେବେ ବ୍ୟାପକ ସଚେତନତା ଯୋଗୁଁ ମୃତ୍ୟୁ ହାର କମିଥିବା ସେ ସୂଚନା ଦେଇଛନ୍ତି।
୨୦୧୬ରେ ୫୪, ୨୦୧୭ରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିଲା।
ସେହିପରି ୨୦୧୮ରେ ୬୦ ଓ ୨୦୧୯ ରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିଲା।
ଗତବର୍ଷ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା କହିଲେ ଡେପୁଟି ଏସ୍ ଆର୍ ସି।
powered by social2s

