ପାଣି ପାଇଁ ରାସ୍ତାରେ ବସିଲେ ଶତାଧିକ ମହିଳା; ଯାତାୟତ ବାଧାପ୍ରାପ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
 
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ମୁକ୍ତାପାଶି ହରିଜନ ସାହିର ଶତାଧିକ ମହିଳା ପିଇବା ପାଣି ଯୋଗାଇବା ଦାବିରେ ରାସ୍ତାରୋକ କରିଥିଲେ। 
ପଥରଖମ୍ବ ଛକ ନିକଟରେ ବାଲ୍ଟି ଓ ଗରା ଧରି ପ୍ରାୟ ୨ ଘଣ୍ଟା ଯାଏ ରାସ୍ତା ଉପରେ ବସିରହିଥିଲେ ମହିଳାମାନେ। 
ସେ ଅଞ୍ଚଳରେ ଦୀର୍ଘ ବର୍ଷରୁ ପିଇବା ପାଣି ସମସ୍ୟା ରହିଥିବା ବେଳେ ଜିଲ୍ଲାପାଳ, ସରପଞ୍ଚ କିମ୍ବା ବିଡ଼ିଓ ସମସ୍ୟାର ସମାଧାନ ପାଇଁ କୈଣସି ପଦକ୍ଷେପ ନେଇନଥିବା ସେମାନେ କହିଛନ୍ତି। 
ପୁଲିସ ଓ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି, ୧୫ ଦିନ ମଧ୍ୟରେ ପାଣି ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଛି।
 
 
 
 
 
powered by social2s