ଭୁବନେଶ୍ୱର: ପୁରୀରେ ଅଡ଼ପ ପହଣ୍ଡି ବେଳେ ଅଘଟଣ ଘଟଣାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରିପୋର୍ଟ ଦେଲେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହା ଏକ ସାମାନ୍ୟ ଦୁର୍ଘଟଣା ଥିଲା। ଏହା ଲୀଳାମୟଙ୍କ ଲୀଳା। ଆହତ ସେବାୟତଙ୍କ ଚିକିତ୍ସା ଯୋଗାଇ ଦିଆଯାଇଛି। ଆଗକୁ ରଥଯାତ୍ରା ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବାକୁ ପଦକ୍ଷେପ ନେବେ ଓଡ଼ିଶା ସରକାର ବୋଲି ପ୍ରକାଶ କରିଛନ୍ତି ହରିଚନ୍ଦନ। ଗତକାଲି ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଥିଲେ ବଡ଼ ଠାକୁର ବଳଭଦ୍ର। ପହଣ୍ଡିରେ ସାମିଲ ହୋଇଥିବା ୭ରୁ ଊର୍ଦ୍ଧ୍ବ ସେବାୟତ ଆହତ ହୋଇଥିଲେ। ଆହତ ସେବାୟତଙ୍କୁ ଆମ୍ବୁଲାନ୍ସରେ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା।
powered by social2s