୫ଟି ପ୍ରସ୍ତାବ ଉପରେ ଓଡ଼ିଶା କ୍ୟାବିନେଟ୍ ମୋହର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ର ବୈଠକରେ ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ସର୍ବନିମ୍ନ ମଜୁରୀ ସଂଶୋଧନ ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା। ଅଣକୁଶଳୀ , ଅର୍ଦ୍ଧକୁଶଳୀ , ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରାଯାଇଛି। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୨ରୁ ୪୫୦ଟଙ୍କାକୁ ବୃଦ୍ଧି କରାଯାଇଛି। କୁଶଳୀ ଶ୍ରମିକଙ୍କ ମଜୁରୀ ୩୯୨ରୁ ୫୦୦ ଟଙ୍କା ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାଇଁ ୫୦୨ ଟଙ୍କାରୁ ୬୦୦ ବଢ଼ିଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଆ ଅସ୍ମିତା ପାଇଁ ହେବ ସ୍ବତନ୍ତ୍ର କର୍ପସ ପାଣ୍ଠି। କର୍ପସ ପାଣ୍ଠିରେ ରହିବ ୨୦୦ କୋଟି ଟଙ୍କା। ଓଡ଼ିଆ ଅସ୍ମିତା ଭବନ , ତାଳପତ୍ର ସଂଗ୍ରହାଳୟ , ଅନୁବାଦ ଭବନ , ପାଇକ ସ୍ମାରକୀ ନିର୍ମାଣ ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ କିଶାନରେ ବାଦ ପଡ଼ିଥିବା ଯୋଗ୍ୟ ଚାଷୀ ସାମିଲ ହେବେ। କ୍ଷୁଦ୍ର , ମଧ୍ୟମ ଓ ସହରାଞ୍ଜଳ ଚାଷୀ ସାମିଲ ହେବେ। ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ହାଇକୋର୍ଟଙ୍କ ନିର୍ଦେଶ ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପଦକ୍ଷେପ ନିଆଯିବ। ପୂର୍ବରୁ ଆବେଦନକାରୀ ସିବିଟି ମୋଡ୍‌ରେ ପରୀକ୍ଷା ଦେଇଥିଲେ। ଜଳସମ୍ପଦ ବିଭାଗର ଗୋଟିଏ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୧୦୮୪ କୋଟି ବିନିମୟରେ ଚାଷ ଜମିକୁ ଜଳସେଚନ ହେବ। ପୁରୁଣା ପ୍ରକଳ୍ପର ପୁନରଉଦ୍ଧାର ହେବ ।

powered by social2s