ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମାର୍ଚ୍ଚ ୧ ରୁ ବିଦ୍ୟାଳୟ ସମୟରେ ପରିବର୍ତ୍ତନ କରାଯିବ ବୋଲି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ।
ସୂଚନା ଅନୁଯାୟୀ ନବମ ଓ ଏକାଦଶ ଶ୍ରେଣୀର ସମୟ ସକାଳ ୭ରୁ ୯ଟା ଯାଏ ଚାଲିବ।
ସେହିଭଳି ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢା ସମୟ ୯ ଟା ରୁ ଦିନ ୧ଟା ଯାଏ ରହିବ।
ଏନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି।
କରୋନ ନିୟାମାବଳି ସହ ସବୁ ସ୍କୁଲରେ ଲାଗୁକରାଯିବ ଏହି ନିୟମ।
ସେହିଭଳି ସବୁ ବିଦ୍ୟାଳୟ ମାନଙ୍କରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସହ ପ୍ରଚୁର ପରିମାଣରେ ଓ ଆର୍ ଏସ୍ ମହଜୁର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଦ୍ୟାଳୟ ଆସିବା ସମୟରେ ପିଇବା ପାଣି ସାଙ୍ଗରେ ଆଣିବାକୁ କୁହାଯାଇଛି।
powered by social2s

