ବସ-ଅଟୋ ମୁହାଁମୁହିଁ ଧକ୍କା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 
କଟକ: ଆଜି ସକାଳେ କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତପାଟଣା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଆହତ ହୋଇଥିବା ଜଣାପଡିଛି।ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଏକ ଯାତ୍ରୀବାହୀ ବସ  ଜଗତସିଂହପୁର ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା।
 
ଖବର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ କୁ ଜବତ କରିବା ସହ ଆହତ ମାନକୁ କଟକ ଏସ ସି ବି ମେଡିକାଲରେ ଭର୍ତି କରିଛନ୍ତି।
 
ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି।
powered by social2s