ସୁନ୍ଦରଗଡ: ଆଜି ସକାଳେ ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଥାନା ବଡ଼ଗାଁ ବସ ଷ୍ଟାଣ୍ଡ ନିକଟରେ ଜଣେ ସୁନା ଦୋକାନୀ ଙ୍କର ପୁଅକୁ ଗୁଳିମାଡ଼ କରାଯାଇଥିବାର ସୂଚନା ମିଳିଛି। ଗୁରୁତର ଜଣକ ହେଲେ ରୋହିତ ବର୍ମା। ବଡ଼ଗାଁ ବସ ଷ୍ଟାଣ୍ଡ ନିକଟରେ ଥିବା ମା ମଙ୍ଗଳା ସୁନା ଦୋକାନରେ ରୋହିତ ବସିଥିବା ବେଳେ ୩ ଦୁର୍ବୁତ୍ତ ଏକ ବାଇକ ରେ ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଥିଲେ। ଗୋଟେ ଗୁଳି ରୋହିତଙ୍କ ମୁଣ୍ଡରେ ବାଜିଥିବା ବେଳେ ଅନ୍ୟଟି ତାଙ୍କ ପେଟରେ ବାଜିଥିବାର ଜଣା ପଡ଼ିଛି। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଗୁରୁତର ୨ ଜଣ ଙ୍କୁ ବଡ଼ଗାଁ ମେଡିକାଲ ନିଆଯାଇଥିଲା ,ସେଠାରୁ ତାଙ୍କୁ ରାଉରକେଲା RGH କୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତା ନେଇ ଏଭଳି ହୋଇଥିବାର ଅନୁମାନ କରାଯାଉଛି।
powered by social2s

