ଭୁବନେଶ୍ୱର: ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟିକା କୋଭ୍ୟାକସିନ୍ ର ପ୍ରଥମ ଡୋଜ ନେଇଛନ୍ତି। ବିଧାନସଭା ଡିସ୍ପେନସିରିରେ ଟିକା ନେଇଛନ୍ତି ଶ୍ରୀ ନବୀନ। ଏକଥା ନିଜ ଟ୍ବିଟର ଆକାଉଣ୍ଟରେ ଜଣାଇଛନ୍ତି ସେ। ଏହାସହ ବୈଗ୍ୟାନିକ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି।
ତେବେ ବୟସ୍କ ବ୍ୟକ୍ତି ମାନଙ୍କୁ ଟିକା ନେବା ପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ ଜଣାଇଛନ୍ତି।
powered by social2s

