ମାର୍ଚ୍ଚ ରୁ ମେ ପର୍ଯ୍ୟନ୍ତ ଓଡ଼ିଶାରେ ଭୀଷଣ ତାତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଗାମୀ ୩ ମାସ(ମାର୍ଚ୍ଚ ରୁ ମେ) ଓଡ଼ିଶାରେ ହେବ ଭୀଷଣ ଖରା। ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସ୍ୱାଭାବିକ ସର୍ବୋଚ୍ଚ ଠାରୁ ଆହୁରି ଅଧିକ ତାପମାତ୍ରା ରହିବ ବୋଲି ସୂଚନା ମିଳିଛି। ଉପକୂଳ ଆନ୍ଧ୍ର ରେ ମଧ୍ୟ ଖରା ବଢିବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। ଖୋର୍ଦ୍ଧା, କଟକ, ବୌଦ୍ଧ, ଅନୁଗୁଳ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ଭଦ୍ରକ ଓ ନୟାଗଡ଼ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

powered by social2s