ଭୁବନେଶ୍ୱର ଏକ ନୂମ୍ବର ଖେଳ ପଡ଼ିଆର ପୁନରୁଦ୍ଧାର ଦାବି କଲା ଯୁବକ ସଙ୍ଘ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 


ଭୁବନେଶ୍ୱର: ଭୁବନେଶ୍ୱର ଏକ ନୂମ୍ବର ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ ପରିସରରେ ଥିବା ଖେଳ ପଡ଼ିଆର ପୁନରୁଦ୍ଧାର ଦାବି କଲା ଯୁବକ ସଙ୍ଘ।

ସଙ୍ଘ ପକ୍ଷରୁ ସ୍ଥାନୀୟ ପ୍ରଶାସନ ଓ ଭୁବନେଶ୍ୱର ମହାନଗର ନିଗମଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ଯେ, କରୋନ କଟକଣାକୁ ଦୃଷ୍ଟିରେ ରଖି ଏକ ନମ୍ବର ହାଟକୁ ଭୁବନେଶ୍ୱର ମହାନଗର ନିଗମଙ୍କ ନିର୍ଦ୍ଦେଶରେ ମଦର୍ଶ ସ୍କୁଲ ପରିସର ରେ ଥିବା ଏକ ଖେଳ ପଡିଆକୁ ସ୍ଥାନାନ୍ତର କରାଯାଇଥିଲା।

ପ୍ରାୟ ଦୀର୍ଘ ୮ ମାସ ଧରି ପୁରା ପଡିଆ ରେ ହାଟ ବସିଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍ ଡିସେମ୍ବର ମାସରେ ହାଟ କୁ ଏକ ନମ୍ବର ମାର୍କେଟ କୁ ଉଠାଇ ଦିଆ ଯାଇଥିଲା, ସମସ୍ୟା ର ବିଷୟ ଯେ ଦୀର୍ଘ ୮ ମାସ ମଧ୍ୟରେ ଖେଳ ପଡିଆର ଅବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଥିଲା।

ହାଟର ବର୍ଜ୍ୟବସ୍ତୁ ଓ ପାଣି ଜମି ସାରା ପଡିଆକୁ ଖରାପ କରି ଦେଇଥିଲା, ତେଣୁ ଆମେ ସ୍ଥାନୀୟ ପ୍ରଶାସନ ଓ ଭୁବନେଶ୍ବର ମହାନଗର ନିଗମଙ୍କୁ ଅନୁରୋଧ କରୁଛୁ ଏ ଦିଗ ରେ ବିହିତ ପଦକ୍ଷେପ ନେଇ ପଡିଆ ଟି ର ପୁନରୁଦ୍ଧାର କଲେ ବହୁତ୍ କ୍ରୀଡାବିତ୍ ଓ ଯୁବକ ମାନେ ତାଙ୍କର ଖେଳ ଜାରି ରଖିବେ । ଯଦି ପ୍ରଶାସନ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆମ ଯୁବକ ସଂଘକୁ ଏହି ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅନୁମତି ଦେଲେ ଆମେ ଖୁସି ହେବୁ ବୋଲି ସଙ୍ଘର ଜଣେ କର୍ମକର୍ତା କହିଛନ୍ତି।

 

powered by social2s