ପୁରୀ: ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡ ସେବା ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କନବର ଵିଶାଲ ସିଂ କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ଝାଡ଼ୁ ଧରି ବଡ଼ଦାଣ୍ଡ କୁ ସଫା କରିଥିଲେ । ଏଥିରେ ସାମିଲ ହୋଇଥିଲେ ଛାତ୍ରଛାତ୍ରୀ ଓ ସାମାଜିକ ସଂଘଠନ ର କର୍ମକର୍ତ୍ତା ମାନେ। ଏହି କାର୍ଯ୍ୟକ୍ରମରେ ପ୍ରତି ଶନିବାର ସକାଳ ୬.୩୦ ରୁ ୮.୩୦ ବଡ଼ଦାଣ୍ଡ ର ସଫେଇ କରାଯିବ। ବଡ଼ଦାଣ୍ଡ ଓ ସହରକୁ ସଫା ରଖିବା ପାଇଁ ଜନସାଧାରଣ ଙ୍କୁ ସଚେତନ କରାଯିବ।
powered by social2s

