ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକ ବସିଥିଲା। ଏଥିରେ ମିଶନ ଶକ୍ତି ନାମରେ ନୂଆ ବିଭାଗ ସୃଷ୍ଟି ନେଇ ମଞ୍ଜୁରୀ ମିଳିଛି।
ଏଥିସହ ୮ଟି ଜିଲ୍ଲାରେ ୬୪ ଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ ପଦବୀ ସୃଷ୍ଟି ପାଇଁ ଅନୁମୋଦନ ମିଳିଛି। ଏହି ଜିଲ୍ଲା ଗୁଡିକ ମଧ୍ୟରେ ସମ୍ବଲପୁର, କନ୍ଧମାଳ, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲା ସ୍ଥାନ ପାଇଛନ୍ତି। ତେବେ ପୂର୍ବରୁ କାର୍ଯ୍ୟରତ ୩୭ ପୁନର୍ବାସ କର୍ମଚାରୀ ମଧ୍ୟ କ୍ୟାଡରଭୁକ୍ତ ହେବେ ବୋଲି ଜଣାପଡିଛି।
ସେହିଭଳି ୧୦ଟି ଗ୍ରାମୀଣ ପାଇପ୍ ପାଣି ଯୋଗାଣ କାର୍ଯ୍ୟକୁ ମଞ୍ଜୁରୀ ମିଳିଛି। ଆଳି, ରାଜକନିକା, ଚିଲିକା, ଟାଙ୍ଗୀ, ବାଣପୁର, ଖୋର୍ଦ୍ଧା, ଜଟଣୀ, ଗନ୍ଦିଆଁ, ଭୁବନ, ଗୋଲମୁଣ୍ଡା, ଯାଜପୁର ଓ ବିଞ୍ଝାରପୁର ବ୍ଲକରେ ପାଇପ୍ ଜଳ ଯୋଗାଣ ସ୍କିମରେ ନିର୍ମାଣ କାର୍ଯ୍ୟ କରାଯିବ। ଏହି ଯୋଜନାରେ ସମ୍ବଲପୁର ଜିଲ୍ଲାର ୨୭ଟି ପଞ୍ଚାୟତ ଓ ଝାଡସୁଗୁଡା ବ୍ଲକର ୨ଟି ପଞ୍ଚାୟତରେ ମଧ୍ୟ ଗ୍ରାମ୍ୟ ପାଇପ୍ ଜଳ ନିର୍ମାଣ ହେବ ବୋଲି ନିଷ୍ପତ୍ତି ହୋଇଛି।
ଏହିଭଳି ମୋଟ୍ ୧୬ ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ର ମୋହର ବାଜିଛି।
ରାଜ୍ୟରେ ମିଶନ ଶକ୍ତି ନାମରେ ଖୋଲିବ ନୂଆ ବିଭାଗ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

