ଯାଜପୁର: ଆଜି ସନ୍ଧ୍ୟାରେ ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ପଣସୁଧାପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି କେତେକ ଆହତ ହୋଇଥିବା ବେଳେ ଉତ୍ୟକ୍ତ ଗଣ୍ଡଗୋଳକାରୀ ମାନେ ଖବର ପାଇ ପରିସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ପୋଲିସ ଭ୍ୟାନ କୁ ନିଆଁ ଲଗାଇ ଜାଳି ଦେଇଥିବାର ସୂଚନା ମିଳିଛି। ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପରେ ଖବର ପାଇ ଉଚ୍ଚ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତକୁ ଆଣିବା ସହ ଗ୍ରାମରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଥିବା ଜଣାପଡିଛି। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବା ବେଳେ ଘଟଣା ଉପରେ ପୋଲିସ ତୀକ୍ଷଣ ନଜର ରଖି ଅନୁସନ୍ଧାନ ଆରମ୍ଭ କରିଛି।
powered by social2s

