ବେଗୁନିଆପଡା:06/03(ଦେବାଶିଷ ମହାରଣା):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଁଗଡ଼ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ "ସମଗ୍ର ଶିକ୍ଷା ଗଞ୍ଜାମ,ଛତ୍ରପୁର" ଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ଗୋଷ୍ଠୀ ଶିକ୍ଷାଧିକାରୀ କମଳା କାନ୍ତ ସାହୁଙ୍କ ତତ୍ତ୍ଵାବଧାନରେ ଆଜି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କ ଉଦ୍ଦେଶ୍ଯରେ ଏକ ତାଲିମ ଶିବିର ସଂଚାର -୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତାଲିମ୍ ଦାତା ଶ୍ରୀମତୀ ସସ୍ମିତା କ଼ୁମାରୀ ବାରିକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ କିପରି ଯତ୍ନ ନେବେ ଏବଂ ସେମାନେ କିପରି ମୁଖ୍ୟସ୍ରୋତ ରେ ସାମିଲ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ ଏ ନେଇ ଶ୍ରୀମତୀ ବାରିକ ଅଭିଭାବକ ମାନଙ୍କୁ କହିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ହରିହର ପ୍ରଧାନ, ବି.ଆର୍.ଟି ଧ୍ରୁବ ଚରଣ ପ୍ରଧାନ, ପ୍ରଶାନ୍ତ ପ୍ରଧାନ,ସି.ଆର୍.ସି.ସି ଜଗନ୍ନାଥ ବାରିକ ପ୍ରମୂଖ ଉପସ୍ଥିତ ରହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ କିପରି ଯତ୍ନ ନେବା ସହିତ କିପରି ଅଧିକ ରୁ ଅଧିକ ଶିକ୍ଷା ଅର୍ଜନ କରିବେ ସେ ଦିଗରେ ଅଭିଭାବକ ମାନେ ଧ୍ୟାନ ଦେବା ପାଇଁ ମତବ୍ୟକ୍ତ କରିଥିଲେ । ଏଥିରେ ୪୦ ଜଣ ଅଭିଭାବକ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିବା ସହ ଏଥିରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଆଇ.ଇ.ଭି କୃଷ୍ଣ ଚନ୍ଦ୍ର ଭୂୟାଁ ଏବଂ ସତ୍ୟବାନ ଜେନା ସଂଯୋଜନା କରିଥିଲେ ।
ନୂଆଁଗଡ଼ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଭିଭାବକ ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

