ନୟାଗଡ଼: ପାଖାପାଖି ୧୦ ଦିନ ହେବ ରାଜ୍ୟର ସିମିଳିପାଳ ଜଙ୍ଗଲରେ ନିଆଁ ଲିଭିବାକୁ ନାଁ ଧରୁନଥିବା ବେଳେ ଏବେ ପୁଣି ନୟାଗଡ ପାଣିପୋଇଲା ହାତୀ ମୁଣ୍ଡିଆ ଜଙ୍ଗଲରେ ଲାଗିଛି ନିଆଁ। ସୂଚନା ଅନୁସାରେ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଧରିଛି। ଫଳରେ ବହୁ ସଂଖ୍ୟାରେ ଗଛ ଜଳିଯାଇଛି। ତେବେ ନିଆଁ ଲିଭାଇବା କାର୍ଯ୍ୟ ରେ ବନ ବିଭାଗର ୨୦ କର୍ମଚାରୀ ନିୟୋଜିତ ଅଛନ୍ତି।
powered by social2s

