ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ରାଧାବଲ୍ଲଭ ମଠ ମହନ୍ତ ପୂଜ୍ୟ ଶ୍ରୀଯୁକ୍ତ ରାମକୃଷ୍ଣ ଦାସ ମହାରାଜଙ୍କ ଅଧକ୍ଷତା ଓ କାର୍ଯ୍ୟକାରୀ ଅଧକ୍ଷ ପୂଜ୍ୟ ବାବା ସତ୍ୟାନନ୍ଦ ଦାସ ମହାରାଜ ଙ୍କ ଉପସ୍ଥିତି ରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ସ୍ତୁତି ଗାନ ପରେ ସଭାରେ ଆଲୋଚନା ଆରମ୍ଭ କରାଯାଇଥିଲା। ପୂର୍ବତନ କୋଷାଧକ୍ଷ ଶ୍ରୀ ଗୌରାଙ୍ଗ ନାୟକ ଇସ୍ତଫା ଦେଇ ଥିବାରୁ ତାଙ୍କ ର ଇସ୍ତଫା ଗ୍ରହଣ କରଯାଇ ଜରୁରୀ ଆବଶ୍ୟକତା ଦୃଷ୍ଟିରୁ କାର୍ଯ୍ୟକାରୀ ସଦସ୍ୟ ଶ୍ରୀଯୁକ୍ତ ସୁରେଶ ମିଶ୍ର ଙ୍କୁ କୋଷାଧକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଗଲା। କାର୍ଯ୍ୟକାରୀ ସଦସ୍ୟ ପଦ ଖାଲି ଥିବାରୁ ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର ଙ୍କ ପ୍ରସ୍ତାବ ଅନୁଯାଇ ସଦସ୍ୟ ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ତନ୍ମୟ କୁମାର ସାହୁ ଓ ଅକ୍ଷୟ କୁମାର ସାହୁଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ସର୍ବ ସମତ୍ତି ଭାବେ ଗ୍ରହଣ କରାଗଲା । ଆଜିର ବୈଠକ କୁ ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ ଓ ଉପ ସଭାପତି ଶ୍ରୀ ବୈକୁଣ୍ଠ ମହାପାତ୍ର ପରିଚାଳନା କରିଥିଲେ। ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଅଧକ୍ଷ ଓ କାର୍ଯ୍ୟକାରୀ ଅଧକ୍ଷ ଙ୍କ ପ୍ରସ୍ତାବ ଅନୁଯାଇ ଝାଞ୍ଜପୀଠ ମଠ ର ମହନ୍ତ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ଦାସ ବାବାଜି, ଛତିଶା ନିଯୋଗ ର ନାୟକ ଶ୍ରୀଯୁକ୍ତ ଜନାର୍ଦନ ପାଟଯୋଶୀ ମହାପାତ୍ର, ଭାଗବତ ଆଶ୍ରମ ର ଶ୍ରୀ ବ୍ରଜ ବନ୍ଧୁ ଦାସ ଙ୍କୁ ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ ଭାବେ ଓ ପୂର୍ବରୁ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିବା ଶ୍ରୀଯୁକ୍ତ ରାଧାବଲ୍ଲଭ ସିଂ ଓ ଶ୍ରୀ ଦୁଷ୍ମନ୍ତ ସ୍ୱାଇଁ ଙ୍କୁ ମିଶାଇ ୫ ଜଣ ଙ୍କୁ ଉପଦେଷ୍ଟା ଭାବେ ସର୍ବସମ୍ମତି ଭାବେ ଗ୍ରହଣ କରାଗଲା ଆଶନ୍ତା ଜାନୁଆରୀ ୪ ରୁ ୮, ୨୦୨୫ ପର୍ଯ୍ୟନ୍ତ ହେବାକୁ ଥିବା ପାଞ୍ଚରାତ୍ର କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ଅଯୋଧ୍ୟା ରେ ନିଆ ଯାଇଥିବା ଆଉ ୨୧ ଗୋଟି ରୁମରେ ୩ ରୁ ୪ଜଣ ରହିବା ପାଇଁ ଯେଉଁମାନେ ଇଛୁକ ପ୍ରତେକ ବେଡ଼ ପାଇଁ ୭୦୦୦ ନେବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଯିବା ଓ ଆସିବା ଖର୍ଚ୍ଚ ନିଜେ ନିଜର ବହନ କରିବାକୁ ପଡିବ,ଅନୁଷ୍ଠାନ ର ସପ୍ତମ ବାର୍ଷିକ ଦିବସ ଜାନୁଆରୀ ୮ ରୁ ୧୨ ପର୍ଯ୍ୟନ୍ତ ରିଜୋନାଲ କଲେଜ ଅଫ ମ୍ୟାନେଜମେଣ୍ଟ ଭୁବନେଶ୍ୱର ରେ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। ଆଜିର ବୈଠକ ରେ ପ୍ରଫେସର ରାମଚନ୍ଦ୍ର ମିଶ୍ର, ଉପ କୋଷାଧକ୍ଷ ରଶ୍ମିରଂଜନ ପଟ୍ଟନାୟକ, ବଶନ୍ତ କୁମାର ଦାନୀ, ଶୁଭେନ୍ଧୁ କୁମାର ପଣ୍ଡା,ପୁଷ୍ପଲତା ପାତ୍ର ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇଥିଲେ. ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ମରଣିକ ବାହାର କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା। ସର୍ବ ଶେଷରେ ସଭାପତି ଓ କାର୍ଯ୍ୟକାରୀ ସଭାପତି ଓ ଅନ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଗଲା।

powered by social2s