ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସେରଗଡ଼ ଟୋଲ ଗେଟ ନିକଟରେ ଦୁଇଟି ଗୋରୁ ବୋଝେଇ କଣ୍ଟେନର ଗତକାଲି ବିଳମ୍ବିତ ରାତିରେ ଜବତ ହୋଇଛି।
ଦୁଇଟି ଗାଡ଼ିରୁ ୧୦୦ ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରିଛି ପୋଲିସ।
ଖବର ନେବାରୁ ଜଣାପଡିଛି ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଶେରଗଡ ଟୋଲ ଗେଟ ନିକଟରେ ଶେରଗଡ ଫାଣ୍ଡି ଅଧିକାରୀ କ୍ରିଷ୍ଣା ପିଙ୍ଗୁଆ କୌଣସି ସୁତ୍ରରୁ ଖବର ପାଇ କଣ୍ଟେନର ଦୁଇଟି କୁ ଅଟକ ରଖି ଯାଞ୍ଚ କରିଥିଲେ । କଣ୍ଟେନର ଦୁଇଟି ରେ ବେଆଇନ ଗୋରୁ ଚାଲାଣ ହେଉଥିବା ଜଣା ପଡିଥିଲା । ଗୋରୁ ମାନଙ୍କୁ ଉଦ୍ଧାର କରି ନିଳଗିରି ଗୋଶାଳାରେ ଛଡା ଯାଇଥିବା ଜଣାପଡିଛି ।
୬ ଜଣଙ୍କୁ ଅଟକ ରଖିଛି ପୋଲିସ।
powered by social2s

