ଭୁବନେଶ୍ୱର: ଓଡିଶା ସରକାରଙ୍କ ପକ୍ଷରୁ ଜାଗର ଯାତ୍ରା ପାଇଁ ଜାରି ହୋଇଛି ଗାଇଡଲାଇନ।
ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ ସବୁ ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ କୋଭିଡ଼ କଟକଣା ଭିତ୍ତିରେ ମହାଶିବରାତ୍ରି ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।
ତେଣୁ କୋଭିଡ଼ କଟକଣା ଭିତ୍ତିରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ।
ମନ୍ଦିର ଭିତରେ ଓ ବାହାରେ ଗହଳି ଉପରେ ଲାଗିଲା କଟକଣା।
ସେହିଭଳି କୌଣସି ମେଳାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ନିୟମ ଉଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ।
ସ୍ଥାନୀୟ ପ୍ରଶାସନକୁ ଏନେଇ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମାର୍ଚ୍ଚ ୧୧ ତାରିଖରେ ପଡୁଛି ମହାଶିବରାତ୍ରି।
powered by social2s

