ବିକଶିତ ରାଷ୍ଟ୍ର ଗଠନରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ -ଟିଏମଏସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

 

ବ୍ରହ୍ମପୁର,୦୮/୦୩(ଦେବାଶିଷ ମହାରଣା):ବିକଶିତ ରାଷ୍ଟ୍ର ଗଠନରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଥୀଙ୍କ ମାନବାଧିକାର ସଂଗଠନ(ଟିଏମଏସ) ପକ୍ଷରୁ ଆୟୋଜିତ ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି |ସୋମବାର ଅନୁଷ୍ଠିତ ଏହି ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧୀନଗର ଦ୍ୱିତୀୟ ଲାଇନ ସ୍ଥିତ ଡି.ଏ.ଭି ସ୍କୁଲ ନିକଟରେ ପାଳିତ ହୋଇଯାଇଛି |

 

ଏହି ଅବସରରେ ମହିଳା ସଶକ୍ତିକରଣ ଉପରେ ଏକ ଆଲୋଚନାଚକ୍ର ରାଜ୍ୟ ଉପସଭାପତି ସତ୍ୟନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା |

 

ଉକ୍ତ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ମହିଳା ସେଲ ଆଇନ ପରାମର୍ଶଦାତା ସଂଘମିତ୍ରା ବେହେରା ମହିଳାଙ୍କ ସୁରକ୍ଷା ନିମନ୍ତେ ସମ୍ବିଧାନରେ ରହିଥିବା ବିଭିନ୍ନ ଦିଗ ଉପରେ ସଚେତନ କରିବା ସହ ମହିଳା ଆଗକୁ କିଭଳି ସଶକ୍ତ ହେବେ ସେ ନେଇ ବିସ୍ତୃତ ଆଲୋଚନା  କରିଥିଲେ |

 

ଶେଷରେ ସଂଗଠନ ପକ୍ଷରୁ ଉପସ୍ଥିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା | ଏଥିରେ ସମାଜସେବୀ ଅଶ୍ୱିନୀ ପଟ୍ଟନାୟକ, ସାମ୍ବାଦିକ ରମେଶ ସାହୁ, ଶରତ ଚନ୍ଦ୍ର ନନ୍ଦ,ସଂଗଠନର ଜିଲ୍ଲା ମହିଳା ସଭାନେତ୍ରୀ ସୁଚିତ୍ରା କୁମାରୀ ସାହୁ, ସମ୍ପାଦିକା ପ୍ରସାଦ କୋମଲି, ସମ୍ପାଦକ ବଂଶୀଧର ଦାସ, ପି.ପୂଜାରାଣୀ ରାଓ ପ୍ରମୁଖ ଉପସ୍ଥିତ ଥିଲେ |

 

 

powered by social2s