ଭୁବନେଶ୍ୱର: ମହାଶିବରାତ୍ରି ପାଇଁ ଓଡିଶାର ସମସ୍ତ ଶୈବପୀଠ ଚଳଚଂଚଳ ହୋଇପଡ଼ିଛି। ଚଳିତ ବର୍ଷ କୋଭିଡ କଟକଣା ରେ ଜାଗର ଯାତ୍ରା ପାଳନ ହେଉଛି। ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାଇତ୍ୱରେ ଅଛନ୍ତି ୩୪ ପ୍ଲାଟୁନ ପୋଲିସ ଫୋର୍ସ। ସୁରକ୍ଷା ଦାଇତ୍ୱ ରେ ଅଛନ୍ତି ୧୨୦ ଜଣ ବରିଷ୍ଠ ପୋଲିସ ଅଧିକାରୀ।ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି। କୋଭିଡ ନିୟମ ମାନି ଶ୍ରଦ୍ଧାଳୁ ମାନେ କରୁଛନ୍ତି ଦର୍ଶନ।
ସେହିପରି ଭଦ୍ରକ ଆରଡ଼ି ରେ ଥିବା ବାବା ଆଖଣ୍ଡଳମଣି ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି। ଜାଗର ପାଇଁ ପୀଠରେ ୧୪୪ ଧାରା ଜାରି କରାଯାଇଛି। କଟକଣାରେ ପୀଠ ନିକଟରେ ଭକ୍ତ କରୁଛନ୍ତି ଦର୍ଶନ। ବାବା ଆଖଣ୍ଡଳମଣି ମନ୍ଦିରରେ ଭୋର ୪:୩୦ ରେ ଉଠିବ ମହାଦୀପ।
ପୁରୀରେ ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଆଇନ ଶୃଙ୍ଖଳା ତଦାରଖ ଦାଇତ୍ଵ ରେ ଅଛନ୍ତି ଅତିରିକ୍ତ ଏସ୍ ପି। ପାଞ୍ଚ ଜଣ ଡିଏସପି, ୧୧ ଇନ୍ସପେକ୍ଟର ଓ ୪୦ ଅଧିକାରୀ ରହିଛନ୍ତି। ଏହା ସହ ୨୦୦ ହୋମଗାର୍ଡ ଓ ୧୦୦ ଜଣ କନେଷ୍ଟବଳ ମୁତୟନ ଅଛନ୍ତି।
ମହାଶିବରାତ୍ରି ପାଇଁ ଚଳଚଂଚଳ ଓଡ଼ିଶାର ଶୈବପୀଠ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

