ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଡ ଆରତୀ କର, ପ୍ରମିଳା ସିଂ ଓ ଥାନା ଅଧିକାରୀ ବିନିତା ମହାରଣା ଙ୍କୁ ନିଜ ନିଜ କ୍ଷେତ୍ରରେ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରି ଥିବାରୁ ଅନୁଷ୍ଠାନ ପକ୍ଷରୁ "ସେବା ଗୌରବ ସମ୍ମାନ" ରେ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲେଡିଜ ଫୋରମ ସଦସ୍ୟ ଓ ଟ୍ରଷ୍ଟର ସଦସ୍ୟ ମାନେ ଉପସ୍ଥିତ ରହି କେକ କାଟିବା ସହ ବିଭିନ୍ନ ଆଲୋଚନାରେ ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମରେ ଚେୟରମେନ ଶ୍ରୀ ନାରାୟଣ ମହାପାତ୍ର, ସମ୍ପାଦକ ଶ୍ରୀ ମନୋଜ କୁମାର ରାଉଳ, ପୁର୍ବତନ କର୍ପୋରେଟର ଶାଶ୍ବତୀ ମିଶ୍ର, ଦିଲ୍ଲୀପ ପଟନାୟକ , ଉମନଥ ମିଶ୍ର, ଅଚ୍ୟୁତ ବେହେରା, ଲଲିତ ମୋହନ ପଣ୍ଡା,ରଞ୍ଜନ ସାମଲ, ବିରଞ୍ଚି ରାଉତ , ଅନ୍ତର୍ଯ୍ୟାମୀ ବାବୁ ଓ ବିପିନ ବାବୁ ଓ ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
powered by social2s

