କରୋନା ଟେଷ୍ଟିଙ୍ଗ ବଢାଇବାକୁ ଓଡ଼ିଶା ସରକାରଙ୍କ ଗୁରୁତ୍ୱ; ୬ ଡାକ୍ତରଙ୍କୁ ଜିଲ୍ଲା ଦାଇତ୍ୱ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡିଶାରେ କରୋନା ଟେଷ୍ଟିଙ୍ଗ ବଢାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। କିଛି ରାଜ୍ୟରେ ହଠାତ ସଂକ୍ରମଣ ବଢିଛି। କିନ୍ତୁ ଓଡିଶାରେ ଏହା ନିୟନ୍ତ୍ରାଧିନ ଅଛି। ୫ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏୟାରପୋର୍ଟ ଓ ରେଳ ଷ୍ଟେସନରେ ଯାଞ୍ଚ ହେଉଛି। ସେହିଭଳି ଲକ୍ଷଣ ପ୍ରକାଶ ପାଇଲେ ଟେଷ୍ଟ କରାଯାଉଛି। ଜିଲ୍ଲା ମାନଙ୍କରେ ମଧ୍ୟ ଟେଷ୍ଟିଙ୍ଗ ବଢାଇବା ପାଇଁ ଗୁରୁତ୍ୱ ଦିଆଯାଉଛି। ଜଣେ ସ୍ୱତନ୍ତ୍ର ସଚିବ ସହ ୩୦ ଜିଲ୍ଲା ପାଇଁ ୬ ଡାକ୍ତର ଙ୍କୁ ଦାୟିତ୍ବ ଦିଆଯାଇଛି। ଟେଷ୍ଟିଙ୍ଗ ଅବଧି ମାର୍ଚ୍ଚ ଶେଷ ଯାଏ ଥିଲା। ଏହାକୁ ବର୍ତ୍ତମାନ ଏପ୍ରିଲ ୩୦ ଯାଏ ବଢାଇ ଦିଆଯାଇଛି।

powered by social2s