ସହିଦ ସ୍ପୋଟିଙ୍ଗ କ୍ଲବ ପକ୍ଷରୁ କ୍ରିକେଟର ଅଫ ଦ ଇୟର ପୁରସ୍କାର ଜିତିଲେ ଦେବାଶିଷ ଓ ସୁଶ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ସହିତ ସ୍ପୋଟିଙ୍ଗ କ୍ଲବ ପକ୍ଷରୁ ଆଜି କ୍ରିକେଟର ଅଫ ଦ ଇୟର ପୁରସ୍କାର ଦେବାଶିଷ ସାମନ୍ତରାୟ ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ପ୍ରଦାନ କରାଯାଇଛି। 

ବାର୍ଷିକ କ୍ରୀଡା ପୁରସ୍କାର ସହିଦ ସ୍ପୋଟିଙ୍ଗ ମାରୁତି ଇଷ୍ଟେଟ୍ ଇଣ୍ଡିଆ କ୍ରିକେଟର ଅଫ୍ ଦ ଇୟର ୨୦୧୯-୨୦ ପୁରସ୍କାର ପାଇଛନ୍ତି ଏହି ଦୁଇ ଖେଳାଳି। 

ପୁରସ୍କାର ଅର୍ଥ ରାଶି ବାବଦକୁ ସେମାନଙ୍କୁ ୩୦ ହଜାର ଟଙ୍କାର ଚେକ୍ ଓ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି। 

୨୦୧୯-୨୦ ସିଜନରେ ବେଶ ସଫଳ ରହିଥିବା ତଥା ରଣଜୀ ଟ୍ରଫି ମ୍ୟାଚରେ ବେଶେଷ ଯୋଗଦାନ ପାଇଁ ଏହି ବାମହାତି ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। 

ସେହିଭଳି ସୁଶ୍ରୀ ମହିଳା ଟି-୨୦ ଚ୍ୟାଲେଞ୍ଜ ଟ୍ରଫି ସହ ଟି-୨୦ ଏମର୍ଜିଙ୍ଗ ଚତୁର୍କୋଣୀୟ ମ୍ୟାଚରେ ଖୁବ ସଫଳ ରହିଥିବା ଏହି ମହିଳା ବୋଲରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। 

ତେବେ ଦେବାଶିଷଙ୍କ ଏହା ପ୍ରଥମ ପୁରସ୍କାର ହୋଇଥିବା ବେଳେ ସୁଶ୍ରୀଙ୍କର ଏହା ଦ୍ୱିତୀୟ ଥର ଲାଗି କ୍ରିକେଟର ଅଫ୍ ଦ ଇୟର ପୁରସ୍କାର।

 

ଏହି ପୁରସ୍କାର ପ୍ରଦାନ ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା, ଓ ସି ଏ ସମ୍ପାଦକ ସଞ୍ଜୟ କୁମାର ବେହେରା, ମରୁତି ଇଷ୍ଟେଟ ର ପରିଚାଳନା ନିର୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ, ସହୀଦ ସ୍ପୋଟିଙ୍ଗ ସମ୍ପାଦକ ପଙ୍କଜ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ନୀକୁଞ୍ଜ ମହାନ୍ତି ଉପସ୍ଥିତ ଥିଲେ। ଉତ୍ସବ ର ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ସମ୍ବିତ ମହାପାତ୍ର।

 

powered by social2s