ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ରେ ଆଜି ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି ।
ଭରଚୁଆଲ ମୋଡ ରେ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କିଛି ସ୍ଥାନରେ ଲୋକେ ଚାକିରୀ ଛାଡି ଚାଷ କରୁଥିବାର ଦେଖା ଯାଉଛି। ମାଛ ଚାଷ ରେ କଳାହାଣ୍ଡି ଜିଲ୍ଲାର ଚାଷୀ ଆମ ଦେଶରେ ପ୍ରଥମ ହୋଇଛନ୍ତି।
ଚାଷୀର ପରିଶ୍ରମ ଏବଂ ତ୍ୟାଗକୁ ସେ ସମ୍ମାନ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କହିଲେ ଚାଷୀ କିପରି ଉତ୍ପାଦିତ ମୂଲ୍ୟରେ ଉଚିତ ମୂଲ୍ୟ ପାଇବ ସେ କ୍ଷେତ୍ରରେ ରାଜ୍ୟସରକାର ଚେଷ୍ଟା ଚଳାଇଛନ୍ତି।
ଚାଷରେ ନୂଆ ନୂଆ ଟେକ୍ନୋଲୋଜି ବ୍ୟବହାର କରି ଚାଷୀ ମାନେ ଲାଭବାନ ହେବେ ବୋଲି ସେ କହିଛନ୍ତି।
କୃଷିମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଉପସ୍ଥିତ ଥିଲେ।
powered by social2s

