ବୈତରଣୀ ନଦୀ ଭିତରୁ ବାହାରିଲା ବିରାଟ ଶିବଲିଙ୍ଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ଯାଜପୁର: ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ସିଦ୍ଧେଶ୍ୱର ମନ୍ଦିର ନିକଟରେ ପ୍ରବାହିତ ବୈତରଣୀ ନଦୀରୁ ଏକ ବିରାଟ ଶିବଲିଙ୍ଗ ଉଦ୍ଧାର କରାଯାଇଛି। 
ଗତକାଲି ଗୋଟିଏ ଶିବଲିଙ୍ଗ ବାହାରିଥିବା ବେଳେ ଆଜି ଦୁଇଟି ମନ୍ଦିର ର ଚୂଡା ଦୃଶ୍ୟମାନ ହେଉଛି। 
ଶିବଲିଙ୍ଗ ଓ ମନ୍ଦିର ଦେଖିବା ସହ ପୂଜାର୍ଚ୍ଚନା କରିବା ପାଇଁ ଲୋକଙ୍କ ଭିଡ ଜମୁଛି। 
ଏହି ମନ୍ଦିରର ସୁରକ୍ଷା ଦାବି କରିଛନ୍ତି ସିଦ୍ଧେଶ୍ୱର ମନ୍ଦିରର ସେବାୟତମାନେ। 
ଖବର ପାଇ ଦଶରଥପୁର ବିଡ଼ିଓ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। 
ସୂଚନା ଅନୁଯାୟୀ ଜାଗର ଦିନରୁ ଶିବଲିଙ୍ଗ ସାମାନ୍ୟ ଦୃଶ୍ୟମାନ ହେଉଥିଲା। ପରେ ଜଳରାଶି କମିବା କାରଣରୁ ଗତକାଲି ଶିବଲିଙ୍ଗ ଓ ଦୁଇଟି ମନ୍ଦିରର ଚୂଡା ଦେଖିବାକୁ ମିଳିଛି। 
ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ନତତ୍ତ୍ବ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି।
 
 
 
powered by social2s