ଭୁବନେଶ୍ବର: ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଓମ୍ଫେଡ଼ ଅଫିସ ଗେଟ ସାମ୍ନା ରେ ଅଘଟଣ। ଟ୍ରାନ୍ସଫର୍ମର ତଳେ ଜଳଖିଆ ଦୋକାନ ଦେଇଥିବା ବାପା ପୁଅ ଗୁରୁତର ହୋଇଥିବା ଜଣାପଡ଼ିଛି। ଦୋକାନ ରେ କାମ କରୁଥିବା ଆଉ ଦୁଇ ଜଣ ମଧ୍ୟ ଆହତ। ସମସ୍ତ ୪ ଗୁରୁତରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ। ସ୍ଥାନୀୟ ଲୋକେ କହିବା ଅନୁଯାୟୀ ପୁରୁଣା ଟ୍ରାନ୍ସଫର୍ମର ଯୋଗୁ ଏପରି ଘଟଣା ଘଟିଛି।
powered by social2s

