ପୁରୀ: ଆଜି ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି National Security Guard (NSG).ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବୁଲି ଦେଖିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମନ୍ଦିରର ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନା କଲେ ତିନି ଜଣିଆ ଟିମ।ଶ୍ରୀମନ୍ଦିର ବାରିକେଡ, ସମିଆନା ଓ ସିଂହଦ୍ଵାର ସୁରକ୍ଷା ବିଷୟରେ ମଧ୍ୟ କଲେ ଆଲୋଚନା।ଆସନ୍ତା କାଲି ମଧ୍ୟ ପୁଣି ଥରେ ମନ୍ଦିର ରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବ NSG.ଗତ କାଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲା NSG ର ପାଞ୍ଚ ଜଣିଆ ଟିମ।
powered by social2s

