କଟକ: କଟକ ଲିଙ୍କ ରୋଡ଼ ରେ ଥିବା ଏକ ଘରୋଇ କଲେଜରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହି ୧୨ ଜଣଙ୍କ ଭିତରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଆଡ଼ମିନ କର୍ମଚାରୀ ଅଛନ୍ତି। ସେମାନଙ୍କୁ ହଷ୍ଟେଲ ପରିସରରେ ସଙ୍ଗରୋଧରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। କଲେଜକୁ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କଲେଜର ଆଖ ପାଖ ଅଂଚଳ କୁ ସାନିଟାଇଜ କରାଯାଉଛି।
powered by social2s

