କଟକରେ ଏବର୍ଷ ଫିକା ପଡ଼ିବ ହୋଲି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ହୋଲି ଓ ଦୋଳ ମେଳଣ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଏସ୍ଓପି ଜାରି କରାଯାଇଛି। ଏସ୍ଓପି ଅନୁଯାୟୀ ହୋଲି ଖେଳ ସମୟରେ ରାଜରାସ୍ତାରେ ଏକାଠି ପାଇଁ ଲୋକଙ୍କୁ ବାରଣ କରାଯାଇଛି। ନିଜଘରେ ରହି ହୋଲି ଖେଳିବା ପାଇଁ ପରାମର୍ଶ ଦିଆଯାଇଛି। ସେହିଭଳି ଦୋଳ ମେଳଣ ପଡିଆରେ ସର୍ବାଧିକ ୨୦୦ ଲୋକଙ୍କୁ ମିଳିବ ଅନୁମତି। ଦୋଳ ବିମାନ ନିକଟରେ ୧୦ରୁ ଅଧିକ ଲୋକ ରହିପାରିବେ ନାହିଁ। ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯିବ ନାହିଁ। କେବଳ ପରଂମ୍ପରା ଓ ବିଧି ମୁତାବକ ହେବ କାର୍ଯ୍ୟକ୍ରମ। ନିୟମ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି।

powered by social2s