ଆଜି ୮ ଘଣ୍ଟିଆ ବିନିକା ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବିନିକା: ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ରାସ୍ତା ମରାମତି ଦାବିରେ ସକାଳ ୬ଟା ରୁ ୨ଟା ପର୍ୟ୍ୟନ୍ତ ବନ୍ଦ ଡାକରା ଦେଇଛି ସଚେତନ ନାଗରିକ ମଞ୍ଚ। ସହରରେ ଦୋକାନ, ବଜାର, ସ୍କୁଲ୍, କଲେଜ ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ପ୍ରତିଦିନ ବିନିକା ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଘଟୁଛି। ବାରମ୍ବାର ରାସ୍ତା ମରାମତି ନେଇ ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନେଉନାହିଁ ଜିଲ୍ଲା ପ୍ରଶାସନ ବୋଲି ଅଭିଯୋଗ କରିଛନ୍ତି ବନ୍ଦ ସମର୍ଥକ।

powered by social2s