ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ତରଫରୁ "ଆସ ଅଭଡା ପଖାଳ ଖାଇବା" ନାମକ ସ୍ବତନ୍ତ୍ର ଉତ୍ସବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଆଜି ତା ମାର୍ଚ୍ଚ ୨୦.୩.୨୧ ବିଶ୍ୱପାଖଳ ଦିବସରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣକୁ ଆଗେଇ ନେବାକୁ ଯାଇ ମହାପ୍ରଭୁଙ୍କ ସଂସ୍କୃତି ଆମ ସଂସ୍କୃତି ର ପ୍ରଚାର ଓ ପ୍ରସାର ନିମନ୍ତେ "ଆସ ଅଭଡା ପଖାଳ ଖାଇବା" ନାମକ ଏକ ସ୍ବତନ୍ତ୍ର ଉତ୍ସବ କରାଯିବା ସହିତ ମହାପ୍ରଭୁଙ୍କ ବିଷୟରେ ଆଲୋଚନା କରାଯାଇଥିଲା।

 

ଆଜିର କାର୍ଯ୍ୟକ୍ରମରେ ସ୍ଵାମୀ ଆଦ୍ୟାନନ୍ଦ ସରସ୍ଵତୀ, ଉଦଘାଟକ, ଡ  ଅଶୋକ ମହାପାତ୍ର, ମୁଖ୍ୟ ଅତିଥି, ଦାଶରଥି ସାମନ୍ତରାୟ, ମୁଖ୍ୟବକ୍ତା, ପ୍ରାତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି, ଶ୍ରୀମନ୍ଦିର ପୁର୍ବତନ ପ୍ରଶାସକ ଶ୍ରୀ ରାଜେନ୍ଦ୍ର ମହାନ୍ତି, ଉପସଭାପତି ରବିନାରାୟଣ ମହାପାତ୍ର, ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତି ରହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ବହୁ ରୋଚକ ତଥ୍ୟ ଭକ୍ତ ମାନଂକୁ ଜଣାଇଥିଲେ।

 

ଡ ମୃତୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ। 

 

ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ବିନାୟକ ମିଁଉଜିକ ପୁରାତନ ଭଜନ ପରିବେଷଣ କରିଥିଲେ। ପରିଷଦର ସଦସ୍ୟମାନେ ମଧ୍ୟ ଭଜନ ପରିବେଷଣ କରିଥିଲେ। ପରିଷଦର ଉପଦେଷ୍ଟା ରବିନାରାୟଣ ମିଶ୍ର, ବାଳକୃଷ୍ଣ ପଣ୍ଡା, ଉମା ନାଥମିଶ୍ର,ହରପ୍ରିୟା ବେହେରା, ମଧୁସ୍ମିତା ବିଶ୍ଵାଳ, ସରୋଜିନୀ ପରମ ଗୁରୁ, ସୁବା ସିନି ପାଢ଼ୀ, ସଞ୍ଚିତା ମହାନ୍ତି, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ଗୌରାଙ୍ଗ ନାୟକ, କୋଷାଧ୍ୟକ୍ଷ ଶ୍ରୀ ଅଖିଳ କୁମାର ସାହୁ, ପ୍ରଶାନ୍ତ ବେହେରା, ବାବାଜୀ ବିଶ୍ଵାଳ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ହେମନ୍ତ କୁମାର ମଲିଆ, ଅଜୟ ଚୌଧୁରୀ, ମନୋରଞ୍ଜନ ମହାନ୍ତି, ଦିଲ୍ଲୀପ ପଟ୍ଟନାୟକ, ବିପିନ ବିହାରୀ ସାହୁ ମନୋଜ କୁମାର ରାଉଳ ଶରତ ବେହେରା ଓ ପରିଷଦର ବହୁ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

 

ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସେବା ସମିତି ଓ ଚେତନା କେନ୍ଦ୍ରର ସାରା ଓଡ଼ିଶାରୁ ପ୍ରାୟ ୪୫୦ ଜଣ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଯୋଗଦାନ କରିଥିଲେ।

 

 

powered by social2s