ଭୁବନେଶ୍ୱର: ଭାରତ ମାତାକି ଜୟ ଗାନ କରି ମାଂ ଭାରତୀର କୋଳରେ ଆଜିର ଦିନ ୨୩ ମାର୍ଚ୍ଚ ତାରିଖରେ ୧୯୩୧ ମସିହାରେ ଦେଶ ପ୍ରେମର ତ୍ରିଶକ୍ତି ନାୟକ ଇଂରେଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ହସି ହସି ଫାଶୀ ଖୁଣ୍ଟରେ ଝୁଲି ପଡ଼ିଥିଲେ । ୱିନ୍ନର ଆସୋସିସନ, ସହିଦ ନଗର ଠାରେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଉମାନାଥ ମିଶ୍ର, ନାରାୟଣ ମହାପାତ୍ର, ଲଲିତ ମୋହନ ପଣ୍ଡା, ମଳୟ ରଞ୍ଜନ ମହାପାତ୍ର, ଶ୍ରୀନିବାସ ରାଓ, ଗଣେଶ ରାଓ, ହେମନ୍ତ ମାଳିଆ ମନୋରଞ୍ଜନ ପଲେଇ, ଭବାନି ଜେନା, ଦେବାଶିଷ ମହାରଣା, କାହ୍ନୁଚରଣ ଗୌଡ଼ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।
ବୀର ସୁପୁତ୍ର ଭଗତ ସିଂ, ଶୁକଦେବ ଓ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି।
powered by social2s

