ଭବାନୀପାଟଣା : ଗ୍ରାମ୍ୟ ନିର୍ମାଣ ବିଭାଗ ଧର୍ମଗଡ଼ଙ୍କ ଦ୍ୱାରା ପୋଲ ଏବଂ ରାସ୍ତାକାମ ନିମ୍ନ ମାନର କାର୍ଯ୍ୟ ହେଉଥିବାସ୍ଥଳେ ସ୍ଥାନୀୟ ଜନସାଧାରଣ ଗଣମାଧ୍ୟମଙ୍କ ଦ୍ୱାରା ବାରମ୍ବାର ପରିପ୍ରକାଶ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ତଦନ୍ତ କରିବାରେ ସମ୍ପୂର୍ଣ ଅକ୍ଷମ ଅଟନ୍ତି। ଏ ଭଳିକି ସେହି କାର୍ଯ୍ୟର ସୂଚନା ଫଳକ ମଧ୍ୟ ଦିଆଯାଉନି। ଯାହାର ସତ୍ୟତା ହେଲା, ଖଲିଆପାଲି ଗ୍ରାମ ପଂଚାୟତର କସ୍ତୁରାପଦର ଓ ବୃନ୍ଦାବହାଲ ଠାରୁ ବୋରଗୁମା ରାସ୍ତା ଏବଂ ବୋରଗୁମା ରାସ୍ତାରୁ ସୁକୁନିମୁଣ୍ଡା ରାସ୍ତା। ଉକ୍ତ କାର୍ଯ୍ୟ ନିମ୍ନ ମାନର ହେଉଥିବାବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ସହ ମଧୁଚନ୍ଦ୍ରିକା ଥିବାହେତୁ ଗଣମାଧ୍ୟମଙ୍କ ଫୋନ କଳକୁ ମଧ୍ୟ ଗ୍ରହଣ କରୁନାହାନ୍ତି କିମ୍ବା କୌଣସି ଉତ୍ତର ରଖିବା ପାଇଁ ନିଜକୁ ମଣୁ ନାହାନ୍ତି। ଏ ପରିପ୍ରେକ୍ଷୀରେ ଗତ ତା ୧୦. ୦୩. ୨୦୨୫ରିଖ ଦିନ ଆର. ଡି. କାର୍ଯ୍ୟାଳୟରେ ଲିଖିତ ଭାବେ ଜନକଲ୍ୟାଣ ସାମ୍ବାଦିକ ସଙ୍ଘ ପକ୍ଷରୁ ଜଣାଇଥିଲେ ସୁଦ୍ଧା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ନିର୍ବାହୀଯନ୍ତ୍ରୀ ତଦନ୍ତ କରି ନାହାନ୍ତି ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି। ତେଣୁ ଉକ୍ତ କାର୍ଯ୍ୟର ପ୍ରକୃତ ତଦନ୍ତ କରିବାପାଇଁ ଓ କସ୍ତୁରାପଦର ବ୍ରିଜର ସାଲାବକାମପାଇଁ ମାଟି ପୋତିଥିବା ଏକ ଅତଭୂତ କାମ ତେଣୁ ତୁରନ୍ତ ମାଟି ଉଠା ଯାଉ, ପୁଣି ଅଟକଳ ପରିମାଣର ସୂଚନା ଫଳକ ଯଥା ଶୀଘ୍ର ଦେବାକୁ ଓ ଟେଣ୍ଡର ପାଇଥିବା ଠିକାଦାରଙ୍କ ନାମ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କିଏ, ତାହାର ସତ୍ୟତା ଜାଣିବାପାଇଁ ସର୍ବସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି। ତେବେ ବାରମ୍ବାର ବିଭିନ୍ନ ପତ୍ରପତ୍ରିକା ମାଧ୍ୟମରେ ଖବର ପ୍ରସାରଣ ହେବା ତଥା ଅଭିଯୋଗ ସ୍ୱତ୍ୱେ ତଦନ୍ତ ନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।ଏହାକୁ ନେଇ ଏ ଅଂଚଳରେ ଗଭୀର ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଏହା ଯେ କୌଣସି ମୁହୁର୍ତରେ ଆନ୍ଦୋଳନର ରୂପ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ଏଣୁ ଧର୍ମଗଡ଼ ଆର. ଡି. ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ତଦନ୍ତ କରି ପ୍ରକୁତ ସତ୍ୟାସତ ଲୋକଲୋଚନ ସାମନାରେ ପ୍ରଘଟ କରାଯାଉବୋଲି ସାଧାରଣରେ ଦାବୀ ହେଇଛି। ବୁଧବାର ଦିନ ଜନକଲ୍ୟାଣ ସାମ୍ବାଦିକ ସଂଘର ସଭାପତି ଶ୍ରୀ ରାମକୁମାର ସେନାପତିଙ୍କ ସହିତ ସରୋଜ କୁମାର ମୁଣ୍ଡ , ସନ୍ତୋଷ କୁମାର ମାଝୀ, ପୀତାମ୍ବର ବେହେରା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ ଶ୍ରୀମାନ ପାୱାର ସଚିନ ପ୍ରକାଶ ଦାବିକୁ ଗ୍ରହଣ କରିବା ସହ ବିଚାର ବିମର୍ଶ କରି ଯଥାଶୀଘ୍ର ପଦକ୍ଷେପ ନିଆଯିବବୋଲି ପ୍ରତିଶୃତି ଦେଇଥିବା ଜଣାପଡୁଛି। କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ।
ଆର ଡି ବିଭାଗ ଧର୍ମଗଡ଼ର ମନମୁଖୀ କାର୍ଯ୍ୟକଳାପକୁ ନେଇ ଜନକଲ୍ୟାଣ ସାମ୍ବାଦିକ ସଂଘ ଗୋଲାମୁଣ୍ଡା ବ୍ଲକର ଜିଲ୍ଲାପାଳ କାର୍ଯ୍ୟାଳୟରେ ଫେରାଦ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s