ଭୁବନେଶ୍ୱର: କିଛି ଖୁସି ମୁହୂର୍ତ୍ତ ଅବହେଳିତ ଗୁରୁଜନ ଓ ଛୋଟ ପିଲା ମାନଙ୍କ ସହିତ। ଅଭିଜ୍ଞ ଡାକ୍ତର ମାନକ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ମେଡ଼ିସିନ ଡାକ୍ତର ବିଭୁ ପ୍ରସାଦ ପ୍ରଧାନ ଙ୍କ ପରାମର୍ଶ,ଆୟୁର୍ବେଦ ଡାକ୍ତର ପରାମର୍ଶ ଓ ଡେଣ୍ଟିଷ୍ଟ, ରକ୍ତ ପରୀକ୍ଷା, ଆଖି ପରୀକ୍ଷା,ଶ୍ୱାସ ନଳୀ ପରୀକ୍ଷା, ହୋମିଓପାଥି ଡ଼ ରବୀନ କର ଙ୍କ ପରାମର୍ଶ ଅନୁଯାଇ ଔଷଧ ମାଗଣା ବଣ୍ଟନ, କାର୍ଯ୍ୟକ୍ରମ ଆଜି ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ଓ଼ଲ୍ଡ ଏଜ ହୋମ, ଗଡ଼ ଗୋପୀନାଥ ପ୍ରସାଦ କଲୋନୀ, ପାଣ୍ଡରା ଭୁବନେଶ୍ୱର ଠାରେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଓ ଓଡିଶୀ ଫାଉଣ୍ଡେସନ ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୬୩ ଜଣ ଯୋଗଦେଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଡ଼ ନାରାୟଣ ମହାପାତ୍ର, ସୁରେଶ ମିଶ୍ର, ତ୍ରିଲୋଚନ ନାୟକ,ଅକ୍ଷୟ ସାହୁ, ବିଜୟ ପଣ୍ଡା ଓ ସୋନାଲିଶା ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ବିଚିତ୍ର ଖୁଣ୍ଟିଆ, ଡ଼ ସୁଶୀଲ ପଟ୍ଟନାୟକ, ଶ୍ରୀନିବାସ ରାଓ, ଅଚ୍ୟୁତ ପ୍ରସାଦ ବେହେରା, ବିଜୟଲଷ୍ମୀ ନନ୍ଦ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ଓ ସହଯୋଗ କରିଥିଲେ।
କିଛି ଖୁସି ମୁହୂର୍ତ୍ତ ଅବହେଳିତ ଗୁରୁଜନ ଓ ଛୋଟ ପିଲା ମାନଙ୍କ ସହିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

