ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡ଼ିତଙ୍କୁ ମିଳିବ ନ୍ୟାୟ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୧୨୧ ତମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଲେ ଯେ ଆତଙ୍କବାଦ ବିରୋଧରେ ସାରା ବିଶ୍ୱ ଭାରତ ସହ ଛିଡ଼ା ହୋଇଛି, ଏକତା ହିଁ ଆମର ଶକ୍ତି। ଆତଙ୍କବାଦୀଙ୍କୁ ଜାମ୍ମୁ ଓ କାଶ୍ମୀରର ବିକାଶ ପସନ୍ଦ ଆସୁନି। ଦେଶରୁ ଆତଙ୍କବାଦକୁ ମୂଳାପୋଛ କରାଯିବ ବୋଲି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ।
powered by social2s

