ଭୁବନେଶ୍ୱର: ଶିକ୍ଷା ବିକାଶ ସମିତି, ଓଡ଼ିଶା ଙ୍କ ଯୋଜନା ଅନୁଯାୟୀ, ୟୁନିଟ୍-୩ ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଭୀମ ଟାଙ୍ଗୀ, ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟଶାଳା ୩୦ ଅପ୍ରେଲ୍ ୨୦୨୫ ଅପରାହ୍ନ ପର୍ଯ୍ୟନ୍ତ ଚାଲିବ। ଉଦ୍ଘାଟନୀ ଅବସରରେ ବରିଷ୍ଠ ଅସ୍ଥି ଶଲ୍ୟ ବିଶେଷଜ୍ଞ ଶ୍ରୀ ନାରାୟଣ ରାଉତ (କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର), ଭୁବନେଶ୍ୱର ମହାନଗର ସଂଘ ଚାଳକ ଶ୍ରୀ ଶ୍ରୀନିବାସ ମାନସିଂହ, ଶିକ୍ଷାବିତ୍ ଶ୍ରୀମତୀ କମଳ କୁମାରୀ ଦାସ ଓ ସଙ୍କୁଳ ପ୍ରମୁଖ ଶ୍ରୀ ମହେନ୍ଦ୍ର କୁମାର ସାହୁ ଅତିଥି ରୂପେ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କୁ ମାର୍ଗଦର୍ଶନ କରିଛନ୍ତି। ଏହି କାର୍ଯ୍ୟଶାଳାରେ ଭୁବନେଶ୍ୱରର ୭ ଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୧୪୬ ଜଣ ଶିକ୍ଷାର୍ଥୀ ସକ୍ରିୟ ଭାବେ ଯୋଗଦେଇଛନ୍ତି। ନୂତନ ଜାତୀୟ ଶିକ୍ଷାନୀତି (NEP) ଆଧାରିତ ଶିକ୍ଷା ପ୍ରଣାଳୀ ଓ ବିଷୟ ଅନୁଯାୟୀ ପାଠ ପଢ଼ା ଯାଉଥିବା ନୂତନ ପ୍ରବୃତ୍ତି ସମ୍ପର୍କରେ ଅଭିଜ୍ଞ ପ୍ରଶିକ୍ଷକମାନେ ଉନ୍ନତ ଶିକ୍ଷାଣ କୌଶଳ ପ୍ରଦାନ କରୁଛନ୍ତି। ଏହି କାର୍ଯ୍ୟଶାଳା ସଙ୍କୁଳ ସଂଯୋଜକ ଶ୍ରୀ ନିରଞ୍ଜନ ତରାସଙ୍କ ନେତୃତ୍ୱରେ ଏବଂ ପୁରୀ ବିଭାଗ ନିରୀକ୍ଷକ ଶ୍ରୀ ନୃସିଂହ ମିଶ୍ର, ଶ୍ରୀ ସନ୍ତୋଷ କୁମାର ମହାପାତ୍ର ଏବଂ ୟୁନିଟ୍-୩ ସଙ୍କୁଳ ଅନ୍ତର୍ଗତ ସମସ୍ତ ପ୍ରଧାନ ଆଚାର୍ଯ୍ୟ ମାନଙ୍କ ସହଯୋଗରେ ସଫଳତାର ସହିତ ଚାଲିଛି।
ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା - ୨୦୨୫ ଆରମ୍ଭ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

