ସମକଳ୍ପ ଆୟୋଜିତ ପ୍ରବୃତ୍ତିରେ ଓଡିଶୀ ଓ ଭାରତନାଟ୍ୟମ ମନ ମୋହିଲା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଉଭୟ ପରମ୍ପରା ଓ ସର୍ଜନଶିଳତା ଶାସ୍ତିୟ ନୃତ୍ୟର ପ୍ରମୁଖ ଆଧାର ହୋଇଥିବା ବେଳେ ଉଭୟକୁ ସମଭାବରେ ପରିପୁଷ୍ଟ କରି ଆଗାମୀ ପିଢ଼ୀ ପାଖରେ ଶାସ୍ତିୟ ନୃତ୍ୟକୁ ପହଞ୍ଚାଇବା ସହ ସେମାନଙ୍କ ଭିତରେ ନୃତ୍ୟ-ସଂଗୀତ ପାଇଁ ଅନୁରାଗ ସୃଷ୍ଟି କରିବାର ଲକ୍ଷରେ ଆୟୋଜିତ ହୋଇଛି 'ପ୍ରବୃତ୍ତି '। ନୃତ୍ୟ ଶିଳ୍ପୀ ସୋନାଲି ମହାନ୍ତି ଓ ଅର୍ପିତା ପାଣି ଙ୍କ ପ୍ରତିଷ୍ଠିତ 'ସମକଳ୍ପ' ଶାସ୍ତିୟ ନୃତ୍ୟକୁ ଲୋକାଭିମୁଖୀ କରିବା ସହ ନୃତ୍ୟଶିଳ୍ପୀଙ୍କୁ ପ୍ରୋୟାହନ ଦେବାର ଲକ୍ଷରେ ଆରମ୍ଭ କରିଥିବା ଉତ୍ସବର ଅତିଥିଗଣ ପ୍ରଦୀପ ଜଳାଇ ସନ୍ଧ୍ୟାର ଉଦଘାଟନ କରିଥିଲେ। ଗୁରୁ ଡ଼ ରତିକାନ୍ତ ମହାପାତ୍ର, ଗୁରୁ ସୁଜାତା ମହାପାତ୍ର, ଡ଼ ଶ୍ୟାମହରି ଚକ୍ର ଯୁବ ନୃତ୍ୟଶିଳ୍ପୀ ସୋନାଲି ଓ ଅର୍ପିତାଙ୍କ ପ୍ରୟାସ କୁ ପ୍ରଂଶସା କରିଥିଲେ। ଯୁବ ପ୍ରତିଭା ରୁଦ୍ର ପ୍ରସାଦ ସ୍ୱାଇଁ ଶ୍ରୀଜଗନ୍ନାଥ ସ୍ତବ ସହ ପ୍ରେମରେ ବିରହ ଭାବନାର ଶତ୍ର ଆଧାରିତ 'ଅବୟୁତି' ଓ ବର୍ଷା 'ବିରହ' ସହ ଅଭିମନ୍ୟୁଙ୍କ ସାହସ ଓ ଵୀରତ୍ୱ ପରିଶି ଦେଇଥିଲେ। ଏହାପରେ ଭାରତନାଟ୍ୟମ ର ପ୍ରତିଭାମୟୀ ଶିଳ୍ପୀ ହରିଣୀ ଜୀବିତା ତାମିଲନାଡୁ-କାଞ୍ଚିପୁରମ ଅନ୍ତର୍ଗତ ବରଦରାଜସ୍ୱାମୀ ମନ୍ଦିରର ବ୍ରହ୍ମାଉତ୍ସବ ନୃତ୍ୟକୁ ଉପସ୍ଥାପନ କରିଥିଲେ। 'ଦେବ ଆବାହନ ସହ 'ବର୍ଣ୍ଣମ' ଗଜେନ୍ଦ୍ର ମୋକ୍ଷମ' ଓ ପିଲ୍ଲନାରେ ନିଖୁଣ ଉପସ୍ଥାପନା କରି ଦର୍ଶକଙ୍କୁ ଅତୀତ୍ୱତ କରିଥିଲେ ହରିଣୀ ଜୀବିତା। ପ୍ରଥମ ଥର ପାଇଁ ଦର୍ଶକଗଣ ଟିକେଟ କ୍ରୟ କରି ଶାସ୍ତିୟ ନୃତ୍ୟ କାର୍ଯ୍ୟକ୍ରମକୁ ପ୍ରେକ୍ଷାଳୟରେ ଉପଭୋଗ କରିଥିବାରୁ ସୋନାଲି ମହାନ୍ତି ଓ ଅର୍ପିତା ପାଣି ଶାସ୍ତିୟ ରସିକ ଗଣକୁ ବଧେଇ ଜଣାଇଛନ୍ତି। ଡ଼ ମୃତ୍ୟଞ୍ଜୟ ରଥ ସଂଚାଳନା କରିଥିବା ବେଳେ ଉତ୍କଳ ରଙ୍ଗମଞ୍ଚରେ ଦର୍ଶକ ସ୍ଥାନ ପରିପୂର୍ଣ୍ଣ ଥିଲା।

powered by social2s