ଭୁବନେଶ୍ଵର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତଙ୍କ ଶୁଭେଚ୍ଛା ଜଣାଯାଇ ଅନନ୍ତା ନିୟୁଜ ପକ୍ଷରୁ ଭୁବନେଶ୍ଵର ବିଡିଏ କଲୋନୀ ପ୍ରଶାନ୍ତ ବାବୁଙ୍କ ଜୟ ଗୁରୁ ଦୋକାନ ନିକଟରେ ପ୍ରଥମ କରି କପେ ଚାହା ଦୁଇ ପଦ କଥା ପରି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଡ଼ ନାରାୟଣ ମହାପାତ୍ର, ମଧୁମାଧବ ଜେନା, ଭଗବାନ ଦାଶ, ତ୍ରିଲୋଚନ ନାୟକ, ଭାରତୀ ଭୂଷଣ ପଟ୍ଟନାୟକ, ସମରେନ୍ଦ୍ର ସାର, ଅଭିମନ୍ୟୁ ଗିରି, ସୁକାନ୍ତ ପରିଡା, ଜଗନ୍ନାଥ ଦାଶ, ବଂଶୀଧର ନାୟକ, ଚୈତନ୍ୟ ମାଝୀ, ପ୍ରଶାନ୍ତ କୁମାର ପାତ୍ର, ଶ୍ରୀନିବାସ ରାଓ, ମଧୁସୂଦନ ପାତ୍ର, ଚକ୍ରଧର ମାଝୀ ଡ଼ ନାରାୟଣ ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ର ଉଦେଶ୍ୟ ସକାଳୁ ସକାଳୁ ଈଶ୍ବର ଙ୍କ ନାମ ଧରି, ଭଜନ ଶୁଣି, ସକାରାତ୍ମକ ବିଷୟରେ ଆଲୋଚନା କରାଯିବ। ଜୀବନ ରେ ସମସ୍ୟା ଆସିବ ଯିବ ଏଣୁ ଆମେ ସମାଜ ର ମଙ୍ଗଳ ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରାଯିବ। ସୁଖ ହେଉ ବା ଦୁଃଖ, ପୀଡା ଅବା ଆନନ୍ଦ, ବ୍ୟଥା ଅବା ଆହ୍ଲାଦ, ମୂଳତଃ ଏହା ଆମ ଭିତରୁ ଘଟିଥାଏ କିଛି ମୁହୂର୍ତ ନିଜ ପାଇଁ ଦେଇ କପେ ଚାହା ପିଇବା ଦୁଇ ପଦ କଥା ହୋଇ ନିଜେ ଖୁସି ଅନୁଭବ କରିବାକୁ ଚେଷ୍ଟା କରିବା ଶେଷରେ ସମସ୍ତେ ତୁଣ୍ଡରେ ଜୟ ଜଗନ୍ନାଥ କହି ସଭା ଶେଷ କରାଯାଇଥିଲ ଶେଷରେ ସମସ୍ତ ଙ୍କୁ ଆଜିର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଆଲୋଚନା ରେ ଭାଗ ନେଇ ଥିବାରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ପବିତ୍ର ଅକ୍ଷୟ ତୃତୀୟା ରେ ଅନନ୍ତା ନିୟୁଜ ପକ୍ଷରୁ କପେ ଚାହା ଦୁଇ ପଦ କଥା କାର୍ଯ୍ୟକ୍ରମ ର ଶୁଭାରମ୍ଭ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

